କରୋନା ଭୁତାଣୁ ସାରା ବିଶ୍ବେ ଦେଖବିସ୍ତାରିଛି ତାର କାୟାପିଲାଠାରୁ ବୁଢା ସଭିଏଁ ହେଲେଣିତାହାରି ପ୍ରଭାବେ ବାୟା।ଚାଇନା,ଇଟାଲୀ,ଫ୍ରାନ୍ସ,ୟୃରୋପସଭିଏଁ ଚକିଚ ଆଜିଭାରତ ଆସିକି କଲାଣି ଛାନିଆନିଦ ଯାଇଅଛି ହଜି।ସବୁରି ମନରେ କରୋନାର ଭୟଡରାଉଛି ପ୍ରତିକ୍ଷଣେସଂକ୍ରମିତ ହୋଇ ପ୍ରତି ସକାଳରେମୃତ୍ୟୁ ହୁଏ ଜଣେ ଜଣେ।ସଚେତନ ଆମେ ସଭିଏଁ ହେଇବାମାନିବା ନିୟମ କେତେମନଖାତାପରେ ଲେଖିବା ସଭିଏଁସଚେତନ ବାର୍ତ୍ତା ଯେତେ।ସାବୁନରେ ହାତ ଧୋଇବା ସଭିଏଁରଖିଥିବ ସଦା ମନେମୁହଁରେ ମାସ୍କ ରୁମାଲ ବାନ୍ଧିବକହି ଯାଏ କାନେ କାନେ।କାଶ ଛିଙ୍କ ଜ୍ବର ହୋଇଲେ କିଏ ବିନକରିବ ତିଳେ ହେଳାବୈଦ୍ୟ ପରାମର୍ଶ ନେବଟି ନିଶ୍ଚୟନ ନେଲେ ବୁଡିବ ଭେଳା।ନିଜ ହାତ ଦେହ ସଫା ରଖୁଥିବପରିବେଶ ସଫା ରଖିବାର ବାର ହାତ ଜମା ନ ମାରିବନାକ,ପାଟି, ଆଉ ଆଖି।ଆଲିଙ୍ଗନ ଛାଡି ନମସ୍ତେ କହିବମୋ ଦେଶ ସଂସ୍କୃତି ଏହିହାତ ମିଶା ମିଶି କରିବନି କେହିକରୋନା ଆସିବ ଡେଇଁ।ଜନ ଗହଳିକୁ ନ ଯିବରେ କେହିଭୋଜିଭାତ ଯାନିଯାତେଗୃହେ କର୍ମସ୍ଥଳେ ଖୁସିରେ ରହିବାମିତ ବସି ସର୍ବ ସାଥେ।ସ୍ବଚ୍ଛ ପରିବେଶ ଭୂତାଣୁ ଆୟୂଷନିଶ୍ଚୟ କରିବେ ନାଶକରୋନା ଦାଉରୁ ମୁକୁଳି ଜନତାମୁଖରେ ଫୁଟିବ ହସ।ଅଶୋକ କୁମାର ପ୍ରଧାନରୋହିଗାଁ,ଗଞ୍ଜାମମୋ-୮୨୪୯୧୧୯୧୩୦


0 Comments